ଭାରତକୁ କୃତଜ୍ଞତା ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍। ଜାମାଇକାକୁ କରୋନା ଟିକା ଯୋଗାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଭାରତର ଜନସାଧାରଣଙ୍କୁ ମଧ୍ୟ କରୋନା ଟିକା ପଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି କରୋନା ଭ୍ୟାକ୍ସିନ୍ ଡୋନେଟ୍ କରିଥିବାରୁ ଭାରତର ଜନସାଧାରଣ, ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ଧନ୍ୟବାଦ। ଏହାପୂର୍ବରୁ ଭାରତ ସରକାର ଜାମାଇକାକୁ ୫୦ ହଜାର କରୋନା ଟିକାର ଡୋଜ୍ ପଠାଇଥିବାରୁ ଆନ୍ଦ୍ରେ ରସେଲ ମଧ୍ୟ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0