ଘୁଞ୍ଚିଲା ବ୍ଲକବଷ୍ଟର ହଲିଉଡ ଫିଲ୍ମ ଭେନମର-୨ ର ରିଲିଜ ଡ଼େଟ। ଏହି ଫିଲ୍ମ ୧୭ ସେପ୍ଟେମ୍ବର ୨୦୨୧ ରେ ସିନେମା ହଲ୍ ରେ ରିଲିଜ୍ ହେବ। ଫିଲ୍ମକୁ ୨୦୨୦ ମସିହାରେ ରିଲିଜ୍ କରିବାର ଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ‘ଭେନମ ଲେଟ ଦେୟାର ବି କାର୍ନେଜ’ ୨ ଅକ୍ଟୋବର ୨୦୨୦ ରେ ରିଲିଜ୍ ହେବାର ଥିଲା। ଏହା ପରେ ଫିଲ୍ମର ନୂଆ ରିଲିଜ୍ ଡେଟ୍ ୨୫ ଜୁନ୍ ୨୦୨୧ କୁ ଘୁଞ୍ଚାଇ ଦିଆଯାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ଅପେକ୍ଷା କରିଛନ୍ତି ଏବଂ ଏଥିରେ ଥିବା ଟମଙ୍କ ଚରିତ୍ର ବେଶ ଜଣାଶୁଣା। ଟମ ହାର୍ଡି ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ ଯିଏକି ଗୋଟିଏ ଏଲିୟନ ସହିତ ଜଡିତ। ଏହି ଫିଲ୍ମରେ ହାରେଲସନ ଏବଂ କେଭିନ ହାର୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହାର ପ୍ରଥମ ଭାଗ ୨୦୧୮ ରେ ଆସିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0