spot_img

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରକ

ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଆଜି ପ୍ରଚଣ୍ଡ ବିସ୍ଫୋରକ ହୋଇଛି। ଏଥିରେ ୫ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି। ଫ୍ୟାକ୍ଟି୍ର ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫ୍ୟାକ୍ଟି୍ରର ବଏଲରରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଜାରି ରହିଛି। ଫ୍ୟାକ୍ଟ୍ରି ଭିତରେ ଲୋକେ ଅଟକି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ପ୍ରଶାସନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular