spot_img

ନାବାଳିକା ଅପହରଣ ମାମଲାରେ ଚମ୍ପୁଆ ଥାନା ଘେରାଉ

ଚମ୍ପୁଆ: ନାବାଳିକା ଅପହରଣ ଘଟଣାରେ ଚମ୍ପୁଆ ଥାନା ଘେରାଉ । କେନ୍ଦୁଝର ଚମ୍ପୁଆ ଥାନା ସ୍ଥିତ କଙ୍କଡ଼ାପାଟ ଗ୍ରାମରେ ଗତ ଫେବୃୟାରୀ ୪ ତାରିଖରେ ୧୬ ବର୍ଷର ନାବାଳିକା ଅପହରଣ ନେଇ ଅଭିଯୋଗ ହୋଇଥିଲା । ଝାଡଖଣ୍ଡର ଜଣେ ମୁସଲମାନ କାଠ ମାଫିଆ ନାବାଳକକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ସବୁ ଜାଣି ମଧ୍ୟ ପୁଲସ୍ ଚୁପ ରହିଥିବା ଅଭିଯୋଗ କରି ଥାନା ଘେରାଉ କରାଯାଇଛି । ଶନିବାର କେନ୍ଦୁଝର ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହ ଚମ୍ପୁଆ ଥାନା ଘେରାଉ କରାଯାଇଛି । ଗତ ଫେବୃଆରୀ ୪ ତାରିଖ ବିଳମ୍ବିତ ରାତିରେ ନାବାଳିକା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ଅପହରଣ କରିଥିଲା । ପରେ ଫେବୃଆରୀ ୫ ତାରିଖ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ନାବାଳିକାର ପିତା ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଫେବୃଆରୀ ୬ ତାରିଖ ଅପରାହ୍ନ ୩.୦୨ରେ ଆଇପିସିର ଧାରା ୩୬୩ ଅନ୍ତର୍ଗତ ଏତଲା ଦାଏର ହୋଇଥିବାରୁ ପୁଲିସର ନିଷ୍କରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଚମ୍ପୁଆ ଥାନା ଘେରାଉ କରିବା ସହ ରାଜ୍ୟ ଗୃହସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular