ପୁରୀ : ବଡ଼ ଦାଣ୍ଡ ସେବାରେ ଯୋଗଦାନ କଲେ ଜଳେଶ୍ୱରର ‘ହେଲ୍ପ ଫର ୟୁ’ ଫାଉଣ୍ଡେସନ । ଆଜି ସକାଳେ ଏହି ଫାଉଣ୍ଡେସନ ବଡ଼ଦାଣ୍ଡର ସେବା କରିଛି । ପୁରୀ ବଡ ଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସ୍ୱଛତା ସମ୍ପର୍କରେ ସଚେତନତା କରିବା ନେଇ ଜିଲ୍ଲା ପ୍ରଶାସନ ଗତ ସପ୍ତାହରୁ ଆରମ୍ଭ କରିଛି ବଡ଼ ଦାଣ୍ଡ ସେବା । ପ୍ରତ୍ୟେକ ଶନିବାର ସକାଳେ ଅନୁଷ୍ଠିତ ହେଉଥିବା ଏହି କାର୍ୟ୍ୟ କୁ ପାଳନ କରିବାରେ ଆଜି ଥିଲା ଦ୍ୱିତୀୟ ସପ୍ତାହ । ଜିଲ୍ଲାପାଳ ସମର୍ଥ ବର୍ମା ଓ ପ୍ରଶାସନ ଅଧିକାରୀ, ପୁରୀ ର ସ୍ଵେଚ୍ଛାସେବୀ ଓ ପୁରୀ ବାସି ଓ ବହୁତ ସମାଜ ସେବା ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ । ବାଲେଶ୍ବର ଜିଲ୍ଲାର, ଜଳେଶ୍ଵର ର ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି ମାନସ ରଞ୍ଜନ ଧଳ, ଉପଦେଷ୍ଟା ହେମନ୍ତ ଜେନା ଓ ମେମ୍ବର ତପନ କୁମାର ଦେ,ଙ୍କ ସହ ବହୁ ମେମ୍ବର ସେବାରେ ଯୋଗ ଦେଇଥିଲେ । ଶ୍ରୀମନ୍ଦିର ବଡ଼ ଦାଣ୍ଡ ସେବାରେ ମରିଚି କୋଟ ଛକ, ଡାକ୍ତର ଖାନା ଛକ, ମାର୍କେଟ ଛକ, ବଡ଼ ଶଙ୍ଖ ଛକ, ଗୁଣ୍ଡିଚା ମନ୍ଦିର ଏହି ପାଞ୍ଚଟି ସ୍ଥାନରେ ବଡ଼ ଦାଣ୍ଡ ସେବା କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରତି ଶନିବାର ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ବଡ଼ ଦାଣ୍ଡ କୁ ସ୍ଵଛ ରଖିବା ପାଇଁ ସ୍ବେଚ୍ଛାସେବୀ, ପୁରୀ ବାସି ଙ୍କୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0