spot_img

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ କ୍ୟାଲେଣ୍ଡର ଦେଖି ବ୍ୟାଙ୍କ ସହିତ ଜଡିତ କାମ ଶୀଘ୍ର ତୁଟାଇ ଦିଅନ୍ତୁ । ନଚେତ ଆପଣଙ୍କୁ ହଇରାଣ ହେବାକୁ ପଡିବ । ପ୍ରତି ମାସରେ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଶେଷ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହାସହ କିଛି ଆଞ୍ଚଳିକ ପର୍ବ ପର୍ବାଣୀ ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିଥାଏ । ତେବେ ଏଥର ୧୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଏପ୍ରିଲ ମାସର ଏହି ସବୁ ଛୁଟି ଆରବିଆଇ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି । ଶନିବାର, ରବିବାର ଓଡିଶା ଓ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟିକୁ ମିଶାଇ ଏଥର ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ମଧ୍ୟରେ ଓଡିଶାରେ ୬ ଦିନ ବ୍ୟାଙ୍କ ବନ୍ଦ ରହୁଛି । ଗୋଟିଏ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଅନ୍ୟ ଦିନ ଗୁଡିକରେ ବ୍ୟାଙ୍କ ଭିଡ ହୋଇପାରେ । ତେଣୁ ବ୍ୟାଙ୍କରେ ଥିବା ନିଜ କାମ ଶ୍ରୀଘ୍ର ସାରି ନିଅନ୍ତୁ କାରଣ ଏପ୍ରିଲ ମାସରେ ମୋଟ ୧୬ ଦିନ ବ୍ୟାଙ୍କ ଖୋଲା ରହିବ । ଯେଉଁଥିପାଇଁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular