ଢୋଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସଦାଚାରଣର ଶିକାର ହୋଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଘଟଣାରେ ଆଉ ଜଣେ ନିଲମ୍ବିତ ହୋଇଛନ୍ତି । ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ଏସଆଇ ପଦ୍ମନାଭ ସାହୁ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ଭାପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଢୋଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ରହିଥିଲେ । ପାଣି ପିଇବା ବାହାନାରେ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକାଙ୍କୁ ଅସଦାଚାରଣ କରିଥିଲେ । ଏ ନେଇ ପୀଡିତା ଘର ଲୋକଙ୍କ ଆଗରେ କହିଥିଲେ । ପରେ ପରିବାର ଳୋକେ ଭାପୁର ପାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ତେବେ ପରିବାର ଲୋକେ ଘରେ କେହି ନଥିବା ସମୟରେ ପୀଡିତା ବିଷ ପିଇ ଆତ୍ମହତ୍ୟା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0