.ବିଲେଇକୁ ନେଇ ଅଶୁଭ, ଅନ୍ଧବିଶ୍ୱାସ କି ସତ ଏହାକୁ ନେଇ ଆଜି ମଧ୍ୟ ଲୋକ ସନ୍ଦେହରେ ଅଛନ୍ତି । ଏଥିପାଇଁ ଯେତେବେଳେ ବିଲେଇ ରାସ୍ତାରେ ସାମ୍ନାରେ ଚାଲିଯାଏ ସେହି ସମୟରେ ଲୋକମାନେ ଅଟକି ଯାଇଥାଆନ୍ତି । ଏହାପରେ ଅପେକ୍ଷା କରିଥାଆନ୍ତି ଯେ ତାଙ୍କ ପୂର୍ବରୁ ଆଉ କିଏ ରାସ୍ତା ଅତିକ୍ରମ କଲା ପରେ ସେ ଯିବେ ।ମାତ୍ର କମ ଲୋକ ଏହା ସମ୍ବନ୍ଧରେ ଜାଣିଛନ୍ତି ଯେ ଏପରି କାହିଁକି କରାଯାଏ ।ବିଲେଇକୁ କେବଳ ଭାରତ ନୁହେଁ ବିଦେଶରେ ଅଶୁଭ ମନାଯାଇଥାଏ । ଜର୍ମାନୀରେ ବିଲେଇ ବାମରୁ ଡାହାଣକୁ ଅତିକ୍ରମ କରିବା ଅଶୁଭ ମାନିଥାଆନ୍ତି । ଆପଣଙ୍କ ଜାଣିବା ପାଇଁ ଆମେ ଏଠାରେ କିଛି କହି ରଖୁଛୁ । ମଧ୍ୟ ଯୁଗରେ ବିଲେଇଙ୍କୁ ଡାହାଣୀଙ୍କ ସହାୟକ ବୋଲି ମାନା ଯାଉଥିଲା ।
ଏହାଛଡା ବିଲେଇ ଯଦି ଆପଣଙ୍କ ସମ୍ମୁଖରୁ ଦୂରକୁ ଅତିକ୍ରମ କରେ ତେବେ ସେ ଆପଣଙ୍କ ଭଲ ସମୟ ନେଇ ଯାଉଥିବା ମାନ୍ୟତା ମଧ୍ୟ ରହିଛି । ଏହିଭଳି ୟୁରୋପରେ ମଧ୍ୟ କଳା ବିଲେଇ ବୁଲିବା ଅଶୁଭ ସୁଚାଉଥିବା ମାନ୍ୟତା ରହିଛି ।ବିଲେଇ ରାସ୍ତା ଅତିକ୍ରମ କଲା ପରେ ହେଉଥିବା ଅଶୁଭ ସଙ୍କେତରୁ ବଂଚିବା ପାଇଁ ଆପଣଙ୍କ ଇଷ୍ଟ ଦେବତା କିମ୍ବା ଭଗବାନ ହନୁମାନଙ୍କୁ ସ୍ମରଣ କରି ପ୍ରଣାମ କରନ୍ତୁ ଏବଂ ସେଠାରୁ ଚାଲି ଯାଆନ୍ତୁ । ଏହାବ୍ୟତୀତ ଆପଣ ସୂର୍ୟ୍ୟଙ୍କୁ ପ୍ରଣାମ କରି ମଧ୍ୟ ଏହି ଦୋଷରୁ ମୁକ୍ତି ପାଇ ପାରିବେ । ଲାଲ କିତାବରେ ବିଲେଇକୁ ରାହୁଙ୍କ ବାହନ ବୋଲି ମାନନ୍ତି । ଏହି କାରଣରୁ ଆପଣ ରାଂ ରାହବେ ନମଃ ମନ୍ତ୍ର ଉଚ୍ଚାରଣ କରି ଅଶୁଭ ସଙ୍କେତରୁ ମୁକ୍ତି ପାଇ ପାରିବେ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0