spot_img

ଶତ୍ରୁତା ପାଇଁ ହଜିଲା ମାନବିକତା

କେନ୍ଦ୍ରାପଡା : ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୃତ୍ତ ଘଟାଇଛନ୍ତି ଅଭାବନୀୟ   କାଣ୍ଡ । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ କିଛି ଦୁର୍ବୃତ୍ତ ଘର ଲୋକ ଶୋଇଥିବା ବେଳେ ଘରର ଉଭୟ ପାଶ୍ୱର୍ରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ ।

ଘରେ ନିଆଁ ଲାଗିଥିବା ଜାଣିପାରି ପରିବାର ଲୋକେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ କବାଟ ବାହାରୁ ବନ୍ଦ ଥିବାରୁ ଖୋଲି ପାରିନଥିଲେ । ପାଟି ଶୁଣି ଗ୍ରାମବାସୀ ଆସି ଘଟଣାସ୍ଥଳରୁ ପରିବାର ଲୋକଙ୍କୁ ଉଦ୍ଧାର କରି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ପରିବାରର ୨୦ ଦିନର ଏକ ଶିଶୁ ସମେତ ୫ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular