ଜର୍ମାନୀ ରେ ବଢ଼ିଲା ଲକଡାଉନ ଅବଧି। ସଂକ୍ରମଣର ନୂଆ ଷ୍ଟ୍ରନ୍କୁ ଦୃଷ୍ଟିରେ ରଖି ଏହାକୁ ଆହୁରି ୪ ସପ୍ତାହ ଯାଏଁ ବଢ଼ାଇ ଦିଆଯାଇଛି। ତେଣୁ ଆଗାମୀ ଏପ୍ରିଲ ୧୮ ତାରିଖ ଯାଏଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଞ୍ଜେଲ ମର୍କେଲ। ଏଥିସହ ଲକଡାଉନ୍ ନିୟମକୁ କଡାକଡି କରିବାକୁ ଜର୍ମାନୀ ସରକାର ଚିନ୍ତା କରୁଛନ୍ତି। ସେହିପରି ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେବାକୁ ଥିବା ଇଷ୍ଟର ଉତ୍ସବକୁ ମଧ୍ୟ ବ୍ୟାନ୍ କରାଯାଇଛି। ଇଷ୍ଟର ଛୁଟିରେ ୫ ଦିନ ଯାଏଁ ଘରେ ରହି ଇଷ୍ଟର ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଜର୍ମାନ ଚାନସେଲର । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ଯାଏଁ ଲକଡାଉନ ଘୋଷଣା ହୋଇଥିଲା ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0