ଅଯୋଧ୍ୟା: ଆସନ୍ତା ଅଗଷ୍ଟ ୫ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀରାମମନ୍ଦିରର ଭୁମି ପୂଜନ ହେବାକୁ ଯାଉଅଛି । ଏନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅନୁଷ୍ଠାନର ଦାୟିତ୍ୱ କାଶୀର ବିଦ୍ୱାନ ମାନଙ୍କୁ ପ୍ରଦାନ କରାଯାଇଛି । ଭୂମି ପୂଜନ ସମୟରେ ଏକ ରୂପା ଇଟା ଦ୍ୱାରା ନିମ ପଡିବ । କାଶି ବିଦ୍ୱାନ ପରିଷଦ ମନ୍ତ୍ରୀ ପଣ୍ଡିତ ରାମନାରାୟଣ ଦ୍ୱିବେଦୀ ଏନେଇ କହିଛନ୍ତି, ନିମ ପଡିବା ସମୟରେ ମାଟିରେ ପଞ୍ଚ ରତ୍ନ ସହିତ ବାବା ବିଶ୍ୱନାଥଙ୍କ ପାଖରେ ସମର୍ପିତ ପାଞ୍ଚଟି ରୂପା ବେଲପତ୍ର, ପାଞ୍ଚ ଟି ରୂପା ପଇସା ପକାଯିବ । ଯାହା ନନ୍ଦା, ଜୟା, ଭଦ୍ରା, ରିକ୍ତା ଏବଂ ପୃର୍ଣ୍ଣା ର ପ୍ରତୀକ ହେବ । ଏହାକୁ ଛାଡିଦେଲେ ତମ୍ବା କଳସରେ ପାଞ୍ଚଟି ପବିତ୍ର ନଦୀର ଜଳ ରଖାଯାଇ ଏହି ପବିତ୍ର କାମରେ ଲାଗିବ । ପାତାଳ ଲୋକର ମାଲିକ ଶେଷନାଗଙ୍କର ଏକ ସୁନା ମୃତ୍ତି ବି ଏହି ନିମରେ ଲାଗିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୂଜାରେ ସାମିଲ ହେବାକୁ ଯାଉଥିବା ବେଳେ ଆୟୋଜନ ପ୍ରକ୍ରିୟା ଖୁବ୍ ଜୋରଦାର ଆଗେଇ ଚାଲିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0