ଭୁବନେଶ୍ବର: ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୫୮୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୧୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୩୬୪ ଥିବା ବେଳେ ଖୋର୍ଦ୍ଧାରେ ୪୨୦୦, କଟକରେ ୨୦୭୧, ଗଜପତିରେ ୧୪୦୨, ଯାଜପୁରରେ ୧୨୪୪, ବାଲେଶ୍ବରରେ ୯୭୧, ଜଗତସିଂହପୁର ଜିଲ୍ଲାରେ ୭୧୦, ପୁରୀରେ ୭୫୩, କେନ୍ଦ୍ରାପଡ଼ାରେ ୪୭୭, ଭଦ୍ରକ ଜିଲ୍ଲାରେ ୬୦୬, ସୁନ୍ଦରଗଡ଼ରେ ୧୩୭୩, ବଲାଙ୍ଗୀରରେ ୪୨୫, କନ୍ଧମାଳରେ ୫୨୭, ମୟୂରଭଞ୍ଜରେ ୬୫୨, ନୟାଗଡ଼ରେ ୬୨୩, କେନ୍ଦୁଝରରେ ୭୫୭, ନୂଆପଡ଼ାରେ ୧୩୮, ଝାରସୁଗୁଡ଼ାରେ ୩୧୦, ଢେଙ୍କାନାଳରେ ୨୯୬, କଳାହାଣ୍ଡିରେ ୨୦୭, ବରଗଡ଼ ଜିଲ୍ଲାରେ ୪୧୨, ଅନୁଗୁଳରେ ୩୩୦, ମାଲକାନଗିରିରେ ୫୩୬, ସମ୍ବଲପୁରରେ ୩୯୮, ଦେବଗଡ଼ରେ ୯୪, ବୌଦ୍ଧରେ ୧୩୭, ସୁବର୍ଣ୍ଣପୁର ଜିଲ୍ଲାରେ ୯୧, କୋରାପୁଟରେ ୭୭୧, ରାୟଗଡ଼ା ଜିଲ୍ଲାରେ ୭୩୩ ଓ ନବରଙ୍ଗପୁର ଜିଲ୍ଲାରେ ୨୬୯ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ୍ ୧୯,୭୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୧୮ ରହିଛି। ଏଣେ ଓଡ଼ିଶାରେ ୧୭୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0