spot_img

ବାରହା ଶିକାର ପାଇଁ ବୋମା ଖଞ୍ଜା ହୋଇଥିଲା, ମହିଳାଙ୍କ ଦେହରେ ଫୁଟିଲା

କାମାକ୍ଷାନଗର: ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ତଳସାହିରେ ଘଟିଛି ଏଭଳି ଘଟଣା। ମହିଳା ଜଣଙ୍କ ତଳସାହିର ନିରୂପମା ବାରିକ ବୋଲି ଜଣାପଡିଛି । ଆଜି ସକାଳୁ ନିରୂପମା ଶାଗ କିଆରୀରେ କାମ କରୁଥିବା ବେଳେ ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଫୁଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୁହଁରେ ଗଭୀର ଆଘାତ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular