କଟକ: ପୋଲିସ ପଞ୍ଝାରେ ୫ କୁଖ୍ୟାତ ଅପରାଧୀ । ଗିରଫ କଲା ମଧୁପାଟଣା ଥାନା ପୋଲିସ । ଗିରଫ ଅପରାଧୀଙ୍କଠାରୁ ଜବତ ହେଲା ବନ୍ଧୁକ,ଗୁଳି ଓ ବାଇକ । ମଧୁପାଟଣା ପୋଲିସ ଏକ ବଡ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ସେମାନଙ୍କ ନିକଟରୁ ୪ ଟି ବନ୍ଧୁକ, ୮ ରାଉଣ୍ଡ ଗୁଳି ସହ ୨ ଟି ବାଇକ ଏବଂ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ସମସ୍ତ ଅପରାଧୀ ନିରୋଳା ସ୍ଥାନଦେଖି ପଥଚାରୀମାନଙ୍କ ଠାରୁ ଲୁଟ କରୁଥିଲେ । ବୁଧବାର ରାତିରେ କଟକ ନୂଆପଡା ଅ଼ଞ୍ଚଳର କୁନା ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଏହି ଅପରାଧୀଙ୍କ ଶିକାର ହୋଇଥିଲେ । କୁନାଙ୍କ ଏତଲା ଆଧାରରେ ପୋଲିସ ବୁଧବାର ରାତିରେ ହିଁ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଦେଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ଜ୍ଞାନ ଓରଫ ଦୀପକ ବେଉରା ଗିରଫ ହେବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି । ଜ୍ଞାନ ନିଜ ଗ୍ୟାଙ୍ଗରେ ଆଉ ୪ ଜଣ ଅପରାଧୀଙ୍କୁ ସାମିଲ କରିଥିଲା ଏବଂ ବିଭିନ୍ନ ସମୟରେ ଏହି ଲୁଟେରା ଗ୍ୟାଙ୍ଗ ,କଟକ ସହର ଉପକଂଣ୍ଠ ଓ ଜଗତସିଂପୁର ଅଞ୍ଚଳରେ ଏକାଧିକ ଅପରାଧ ମାନ ଭିଆଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ତେବେ ବିଶେଷ କଥା ହେଲା ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0