ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଞ୍ଜୀକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଦେଶରେ ଲକଡାଉନ ଚାଲିଥିଲେ ମଧ୍ୟ ବିଏସ୍-୪ ଯାନ ବିକ୍ରି ହେବାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକଟ କରିଛନ୍ତି । ଏହି ସମୟରେ ହୋଇଥିବା ଗାଡ଼ି ବିକ୍ରି ସଂପର୍କରେ ତଥ୍ୟ ଦାଖଲ କରିବାକୁ ଭାରତୀୟ ଅଟୋମୋବାଇଲ ଡିଲର ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଅମାନ୍ୟ କରିଥିବାରୁ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି ।
ଲକଡାଉନ ବେଳେ ବିଏସ-୪ ଯାନ ବିକ୍ରି ହୋଇନଥିବାରୁ ଲକଡାଉନ ଖୋଲିବାର ୧୦ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଏସବୁ ଗାଡ଼ି ବିକ୍ରି ପାଇଁ ଗତ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ ଗତ ଜୁଲାଇ ୮ରେ କୋର୍ଟ ଏହି ଆଦେଶକୁ ପ୍ରତ୍ୟାହାର କରିନେଇଥିଲେ ।
୨୦୧୮ ଅକ୍ଟୋବରରେ ସୁପ୍ରିମ କୋର୍ଟ ଏକ ରାୟ ଦେଇଥିଲେ ଯେଉଁଥିରେ ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ବିଏସ-୪ ଯାନ ବିକ୍ରି ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0