ହରିୟାଣା: ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଉପ ଉପନିର୍ଦେଶିକା ହେଲେ ଦୁଇ ଖେଳାଳି । ରେସଲର ବବିତା ଫୋଗତ ଓ ଅନ୍ତର୍ଜାତୀୟ କବାଡି ଖେଳାଳି କବିତା ଦେବୀଙ୍କୁ ହରିୟାଣା ସରକାର ଏହି ପଦ ପ୍ରଦାନ କରିଛନ୍ତି । ପଦରେ ନିଯୁକ୍ତି ପରେ ଏବେ ସେମାନେ କୌଣସି ବ୍ୟବସାୟିକ ବିଜ୍ଞାପନ କରିପାରିବେ ନାହିଁ । କବିତା ଜଣେ କବାଡି ଖେଳାଳି ହୋଇଥିବା ବେଳେ ରେସଲର ବବିତା ହେଉଛନ୍ତି ବିଶିଷ୍ଟ ରେସଲର କୋଚ ମହାବୀର ଫୋଗତଙ୍କ ଝିଅ । ମହାବୀରଙ୍କର ଦୁଇଟି ଝିଅ, ଯାହାଙ୍କ ଜୀବନ କାହାଣୀକୁ ନେଇ ‘ଦଙ୍ଗଲ’ ଫିଲ୍ମ ପ୍ରସ୍ତୁତ କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0