ଦିଲ୍ଲୀ କ୍ୟାପଟାଲ୍ସକୁ ବଡ଼ ଝଟକା । ଦିନିକିଆ ସିରିଜ ସହିତ ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ ରୁ ବାଦ ପଡ଼ିଛନ୍ତି ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର ।ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରିବା ବେଳେ ଆତହ ହୋଇଥିଲେ। ତାଙ୍କ କାନ୍ଧର ହାଡ ଖସି ଯାଇଥିବା ଜଣା ପଡିଛି।ବିସିସିଆଇ ଅନୁଯାୟୀ ଆୟରଙ୍କୁ ବାମ କାନ୍ଧ ସର୍ଜରୀ କରିବାକୁ ପଡିବ। ଏହି କାରଣରୁ ତାଙ୍କୁ ଅତି କମରେ ଚାରି ମାସ କ୍ରିକେଟ୍ରୁ ଦୂରରେ ରହିବାକୁ ପଡିବ।ତେଣୁ ସେ ପୂରା ଆଇପିଏଲରୁ ବାହାରେ ରହିବେ। ତାଙ୍କୁ ନେଟ୍ସକୁ ଫେରିବାକୁ ଅତି କମରେ ଚାରି ମାସର ସମୟ ଲାଗିବ। ସେ ଏବେ ବହୁତ ଯନ୍ତ୍ରଣାରେ ଅଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ। ଗତ ବର୍ଷ ଶ୍ରେୟସ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ। ଏବେ ଦିଲ୍ଲୀ ପକ୍ଷରୁ କାହାକୁ ଅଧିନାୟକ ଦାୟିତ୍ଵ ଦିଆଯିବ ତାହା ଦେଖିବା ବାକି ରହିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0