spot_img

ବାହାର ଲୋକ ଯାଇପାରିବେନି ରେଭେନ୍ସା କ୍ୟାମ୍ପସ ଭିତରକୁ

କଟକ: ରେଭେନ୍ସା କ୍ୟାମ୍ପସ ଭିତରକୁ ଯିବା ପାଇଁ ବାହାର ଲୋକଙ୍କ ମନା କରାଯାଇଛି। ଏହାସହ ବାକି ଥିବା ଦୁଇଟି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱବିଦ୍ୟାଳୟ ହଷ୍ଟେଲରେ କରୋନା ବ୍ୟାପିବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ସମସ୍ତ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି । ଏହାଛଡା ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ ଲାଇନ ପାଠ ପଢା ବନ୍ଦ ରହିବ । କିନ୍ତୁ ଅନଲାଇନ୍ରେ ଯେଉଁ ଭଳି ପାଠ ପଢା ଚାଲୁଥିଲା ତାହା ଚାଲିବ ବୋଲି କହିଛନ୍ତି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular