spot_img

ରାଜ୍ୟରେ ଖୋଲିବ ୧,୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ନୂଆ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର। ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ଏହି ଅଙ୍ଗନବାଡ଼ି ଖୋଲିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜାଗା ସମସ୍ୟା ଥିଲେ, ଜିଲ୍ଲାପାଳ ଜାଗା ଚିହ୍ନଟ କରିବେ । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ମନରେଗାରେ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ଅର୍ଥରୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ତେବେ ରାଜ୍ୟରେ ୭ ହଜାର ୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ଯୋଜନା ହୋଇଥିଲା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ତର୍ଜମା କରି ରିପୋର୍ଟ ଦେବାକୁ କହି କେନ୍ଦ୍ର ଫେରାଇ ଦେଇଥିଲା । ରାଜ୍ୟରେ ମହିଳା ଓ ଶିଶୁ ବିକାଶ ସଂପର୍କିତ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ତା ଛଡ଼ା ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular