ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ ଏକ ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁଯାୟୀ ମୃତଦେହଟି ପ୍ରାୟ ଦୁଇ ରୁ ତିନି ଦିନ ହେବ ପୋଲତଳେ ପଡିରହିଥିବା ଯୋଗୁ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ମାନେ ଜାଣି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ବେଳେ। ପାରିପାର୍ଶ୍ବିକ ସ୍ଥିତିରୁ କେହି ହତ୍ୟା କରି ପୋଲ ତଳେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0