spot_img

ବିଏମସି ସିଲ କଲା ଆଲେନ ଇନଷ୍ଟିଚ୍ୟୁଟ

ଭୁବନେଶ୍ୱର: କରୋନା ପଜିଟିଭ ଟିହ୍ନଟ ପରେ ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଆଲେନ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି । ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ନେଇଛି ବିଏମସି । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ, ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ପଜିଟିଭ ବାହାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular