ଗଞ୍ଜାମ: ଗତ ୭ ତାରିଖରେ ରାତ୍ର ସମୟରେ ସଦରଥାନା ଝାଡ଼ାଙ୍କୁଲି ଗ୍ରାମରେ ହୋଇଥିବା କୋରା ସେଠୀ ହତ୍ୟକାଣ୍ଡ ଘଟଣାରେ ଆଜି ସଦରଥାନା ପୋଲିସ୍ ଅନ୍ୟ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି । ପୂର୍ବରୁ ସଦର ପୋଲିସ୍ ୮.୩.୨୦୨୧ରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମିଟୁ ଓରଫ୍ ମୂରଲୀକୁ ଗିରଫ କରିଥିଲା । ଆଜିର ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଶ୍ରୀରାମନଗର ପପୁ କେମ୍ପା ଓରଫ୍ ଅଜିତ କୁମାର ଲେଙ୍କା, ରବି ନାରାୟଣ ସାହୁ ଓରଫ୍ ଲେଥ୍, ଝାଡ଼ାଙ୍କୁଲି ଗ୍ରାମର କାଳିଆ ସାହୁ ଏବଂ ଦୀପକ ସାହୁ । ସୂଚନାଯୋଗ୍ୟ ଗତ ୭ ତାରିଖ ସଦରଥାନା ଝାଡ଼ାଙ୍କୁଲି ଗ୍ରାମରେ କୋରା ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ମିଟୁକୁ ଗିରଫ କରିଥିବାବେଳେ ମିଟୁ ସହ କୋରା ସେଠୀର କୌଣସି ଶତ୍ରୁତା ନଥିଲା । କିନ୍ତୁ କରୋ ସେଠୀର ପୁଅ ପ୍ରଶାନ୍ତ ସେଠୀ ସହ ଶତ୍ରୁତା ଥିବାବେଳେ ଘଟଣା ଦିନ ଅଭିଯୁକ୍ତମାନେ ପ୍ରଶାନ୍ତକୁ ମାରିବାକୁ ଆସିଥିବାବେଳେ ବାପା ଛଡ଼ାଇବା ବେଳେ ହତ୍ୟାର ଶିକାର ହୋଇଥିଲା ଏବଂ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲା । ଘଟଣା ଦିନ ଗଣ୍ଡଗୋଳରେ ମିଟୁ ମଧ୍ୟ ଆହତ ହୋଇଥିଲା । ମିଟୁ ଗିରଫ ପରେ ପାରିପାଶ୍ୱର୍ିକ ପରିସ୍ଥିତି, ଅଭିଯୁକ୍ତ ବୟାନ ଏବଂ ଅନ୍ୟାନ୍ୟ ଘଟଣାକୁ ପୋଲିସ୍ ଭିତ୍ତି କରି ଅନୁସନ୍ଧାନ ଚଳାଇ ଏଥିରେ ଏହି ଚାରିଜଣ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ଘଟଣା ପରଠାରୁ ଉପରୋକ୍ତ ସମସ୍ତ ଅଭିଯୁକ୍ତ ଫେରାର୍ ହୋଇଯାଇଥିବାବେଳେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନୁସନ୍ଧାନ ଜାରି ରଖିଥିଲା । ସଦରଥାନା କେସ ନଂ ୫୭/୭.୩.୨୦୨୧, ୟୁ/ଏସ୍ ୧୪୭/୧୪୮/୩୪୧/୩୨୩/୩୨୪/୩୨୫/୫୦୬/୩୦୭/୩୦୨/୪୨୭/୨୯୪/୧୪୯ ଆଇପିସି/ସେକ୍ସନ. ୩ (ଭି)(ଭିଏ) ଏସ୍ସି ଏସ୍ଟି ଆକ୍ଟରେ ମାମଲା ରୁଜୁ ହୋଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ପୋଲିସ୍ ସୂଚନା ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0