ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦବେଗଜନକ ହୋଇଥିବାରୁ ରାଜ୍ୟ ସରକାର କଡ଼ା କଟକଣା ଲଗାଇଛନ୍ତି। ଦେଶରେ ପୁଣିଥରେ ଫେରିଛି ନାଇଟ କର୍ଫ୍ୟୁ। ମହାରାଷ୍ଟ୍ରରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ରାଜ୍ୟର କିଛି ସ୍ଥାନରେ ରାତି ୧୦ଟାରୁ କଟକଣା ଜାରି ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ଏହି କର୍ଫ୍ୟୁ ସମୟରେ ଅତ୍ୟାବଶକ ସେବା ଜାରି ରହିବ। ବିନା କୌଣସି କାରଣରୁ ଘରୁ ବାହାରିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0