ପୁରୀ: ଆଜି ସନ୍ଧ୍ୟା ସମୟରେ ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଅଫିସରେ ଅଘଟଣ ଘଟିଛି । ଭୁସୁଡି ପଡିଛି ନୂତନଭାବେ ନିର୍ମାଣଧିନ ୨ବଖରା ପଞ୍ଚାୟତ ଅଫିସ ଗୃହର ଛାତ, ଅଳ୍ପକେ ବର୍ତିଛନ୍ତି ୫ରୁ ଉର୍ଧ କାର୍ୟ୍ୟରତ ଶ୍ରମିକ।
ସୂଚନା ଅନୁଯାୟୀ ମଣପଡା ପଞ୍ଚାୟତ ନବନିର୍ମିତ ଅଫିସ ଗୃହର କାମ ସମ୍ପୁର୍ଣ୍ଣ ସରିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ଗୃହର ଛାତ ପଡିଥିଲା ମାତ୍ର ନିମ୍ନମାନର ଲୁହାଛଡ, ସିମେଣ୍ଟ ବ୍ୟବହାର ହେଇଥିବା ବେଳେ ଓ ଠିକାଦାରଙ୍କ ମନୋମୁଖି କାର୍ୟ୍ୟକଳାପ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟିବା ପରେ ସେହି ସ୍ଥାନରୁ ବିଭାଗୀୟ ଜନ୍ତ୍ରୀ ଓ ସରପଞ୍ଚ ଠିକାଦାର ଶ୍ରମିକ ମାନଙ୍କୁ ଆହତ ଅବସ୍ଥାରେ ଛାଡି ପଳାଇଥିବା ବେଳେ, ଉଭୟଙ୍କ ମଧୁଚନ୍ଦ୍ରିକାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0