ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ମାଗଣା କୋଭିଡ ନିୟନ୍ତ୍ରଣ ଔଷଧ ବଣ୍ଟନ କେନ୍ଦ୍ର ଖୋଲିଲା । ନୀଳାଦ୍ରି ଭକ୍ତ ନିବାସ ଠାରେ ପ୍ରତେକ ଦିନ ସକାଳ ଦଶଟା ଠାରୁ ସନ୍ଧ୍ୟା ପାଞ୍ଚଟା ଯାଏ ଏହି ଔଷଧ ବଣ୍ଟନ କେନ୍ଦ୍ର ଖୋଲାରହିବ । ଏହି କେନ୍ଦ୍ର ଆଗାମୀ ଏପ୍ରିଲ ପନ୍ଦର ତାରିଖ ଯାଏ ଚାଲିବ।
ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ମାନେ କୋଭିଡ-୧୯ ରୋଗ ପ୍ରତିରୋଧକ ଔଷଧ ମାଗଣାରେ ନେଇ ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0