spot_img

ରାଷ୍ଟ୍ରୀୟ ନବବର୍ଷ ପାଳନ ଉତ୍ସବ

ଖୋର୍ଦ୍ଧା: ବିଶ୍ବ ହିନ୍ଦୁ ପରିଷଦ ଓ ଭାରତୀୟ କିଷାନ ସଂଘ, ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଖୋର୍ଦ୍ଧା ତଳସାହିର ପାର୍ବତୀ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ପାଳନ ଅବସରରେ ଭୂମି ସୁପୋଷଣ ଓ ସଂରକ୍ଷଣ ସମ୍ବନ୍ଧରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା।

ଉକ୍ତ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାକ୍ତନ ସଂଘଚାଳକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀହର୍ଷ ମହାପାତ୍ର, ଭାରତୀୟ ସଂସ୍କୃତି ଓ ରାଷ୍ଟ୍ରୀୟ ନବବର୍ଷ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ। ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ବିଭୂଧେନ୍ଦ୍ର ବିଦ୍ୟାଧର ଭୂମି ସୁପୋଷଣ ଓ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ଭାରତୀୟ କିଷାନ ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠନାଥ ମହାପାତ୍ର, ଉପସଭାପତି ଶ୍ରୀଯୁକ୍ତ ମଧୁସୂଦନ ଦାସ,ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରତିହାରୀ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ରଥ, ମିହିର କୁମାର ବିଧାର, ବିଶ୍ବ ହିନ୍ଦୁ ପରିଷଦ ଖୋର୍ଦ୍ଧାର ସଭାପତି ବସନ୍ତ କୁମାର ଦାଶ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular