ପୁରୀ: କୋଭିଡ କଟକଣା ଯୋଗୁଁ ପୁରୀର ପ୍ରସିଦ୍ଧ ସିରୁଲିମହାବିର ମନ୍ଦିର ମହାବିଶୁଭ ସଂକ୍ରାନ୍ତିରେ ବନ୍ଦ ହେଲା । ଆଜି ପଣା ସଂକ୍ରାନ୍ତି ବା ମହାବିଶୁଭ ସଂକ୍ରାନ୍ତି ଓଡ଼ିଆ ମାନଙ୍କର ନୂଆବର୍ଷ । ପ୍ରତେ୍ୟକ ଓଡ଼ିଆଙ୍କ ମନରେ ଥାଏ ପ୍ରବଳ ଭକ୍ତି ଓ ଶ୍ରଦ୍ଧା । ଆଜିର ଦିନରେ ମହାବୀର ହନୁମାନଙ୍କ ଦର୍ଶନ କଲେ ମିଳିଥାଏ କୋଟିଜନ୍ମର ପୁଣ୍ୟ ଫଳ । କିନ୍ତୁ କୋଭିଡ କଟକଣା ରେ ସବୁ ଫିକା ପଡିଛି ।
ପୁରୀ ଜିଲ୍ଲାର ପ୍ରସିଦ୍ଧ ସିରୁଲିମହାବିର ମହାବୀର ପୀଠରେ କୋଭିଡ କଟକଣା ଯୋଗୁଁ ପ୍ରଶାସନ ମନ୍ଦିରର ମୁଖ୍ୟ ଫାଟକକୁ ବନ୍ଦ କରିଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଯାହା ଫଳରେ ଭକ୍ତଙ୍କୁ ମନ୍ଦିର ଆସିବା ଓ ମିହାବିରଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡୁଥିବା ଦେଖିବାକୁ ମିଳିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0