ପିପିଲି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି–ଡେଲାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାଥି ଆର୍ଶ୍ରିତ ପଟ୍ଟନାୟକଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ପିପିଲି –ଡେଲାଙ୍ଗରେ ଶାନ୍ତି ଓ ବିକାଶ ପାଇଁ ଜଣସାଧାରଣଙ୍କୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ବିଜେପି କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।
ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ବିଶାଳ ନିର୍ବାଚନି ରୋଡ଼ ସୋ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି… ଯେ, ପିପିଲି ହେଉଛି ଆମର ସଭ୍ୟତା ,ମହାପ୍ରଭୁ ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ମୁଖଶାଳା । ସେହି ସମୟରେ ପୁରୀ ଜିଲ୍ଲାର ପିପିଲିରେ ଉପନିର୍ବାଚନ ହେଉଛି । ୧୯୩୮ ମସିହାରେ ଗାନ୍ଧୀଙ୍କ ସହିତ ସର୍ଦାର ବଲଭ ଭାଈ ପଟେଲ ,ମହାଦେବ ଦେଶାଇ ପୁରୀ ଜିଲ୍ଲାର ଡେଲାଙ୍ଗ ତଥା ଵେରବୋଇ ଅଞ୍ଚଳରେ ଆଠ ଦିନ ରହିଥିଲେ । ସେ ସମୟରେ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ଅର୍ଥନୀତି,ସ୍ୱଦେଶୀ ନୀତି,ଖଦି ସହିତ ବିଭିନ୍ନ ସମାଜ ସଂସ୍କାରର ଆଲୋଚନା ହୋଇଥିଲା । ଏହି ଡେଲାଙ୍ଗ, ପିପିଲି ମାଟିରେ ବିଗତ ୩୦ ବର୍ଷଧରି ଶାନ୍ତି ହଜିଯାଇଛି । ପିପିଲି ଡେଲାଙ୍ଗରେ ଶାନ୍ତି ଆସିଲେ ବିକାଶ ଓ ପ୍ରଗତି ହେବ । ପିପିଲି ଡେଲାଙ୍ଗର ସମସ୍ତ ଭୋଟର ଭାଈ ଭଉଣୀମାନଙ୍କୁ ଡେଲାଙ୍ଗ, ପିପିଲି ରେ ଶାନ୍ତି ଆପଣେଇବାକୁ ଅନୁରୋଧ କରିଛନ୍ତି । ଶେଷରେ ବିଜେପି ପ୍ରାଥି ଆର୍ଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0