ବୈପାରିଗୁଡା: ପୁଲିସ ବାବୁଙ୍କ ଦବଙ୍ଗଗିରି , ଛୋଟିଆ ଘଟଣା ପାଇଁ ସ୍ୱାବଲମ୍ବୀ କର୍ମଚାରୀ କର୍ଣ୍ଣ ବୋଦା ଙ୍କୁ ଦେଲେ ନିସ୍ତୁକ ମାଡ । ମିଳିଥିବା ସୂଚନା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡ଼ା ଗ୍ରାମର ଲକ୍ଷ୍ମଣ ବୋଦାଙ୍କ ୩୩ବର୍ଷୀୟ ପୁଅ କର୍ଣ୍ଣ ବୋଦା ସ୍ୱାବଲମ୍ବୀ କର୍ମଚାରୀ ଭାବେ ପାଇପ ଲାଇନରେ କାର୍ୟ୍ୟ କରୁଛନ୍ତି ।
ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଏବଂ ଚନ୍ଦ୍ରପଡ଼ା ସରପଞ୍ଚ ଅଭି ନାୟକଙ୍କ ନିର୍ଦ୍ଧେଶକ୍ରମେ ପ୍ରଧାନୀଗୁଡା ଠାରେ ଥିବା ନଳକୂପ ଓ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ ତଦାରଖ କରି ଫେରୁଥିବା ସମୟରେ ଚନ୍ଦ୍ରପଡ଼ା ଛକ ନିକଟରେ କିଛି ପୋଲିସ ଅଧିକାରୀ ହଠାତ ଗାଳି ଦେବା ସହ ପ୍ଲାଷ୍ଟିକ ପାଇପ ରେ ମାରିବା ଆରମ୍ଭ କରିଥିଲେ । ମାଡ ଖାଇ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ ମଧ୍ୟ ତଳେ ପଡିଥିବା ଅବସ୍ଥାରେ ପୋଲିସ ଅଧିକାରୀ ତାଙ୍କୁ ଗୋଡ଼ରେ ଏବଂ ହାତରେ ନିର୍ଧୁମ ମାରିଥିବାର ଅଭିଯୋଗ କରିଛନ୍ତି ସ୍ୱାବଲମ୍ବୀ କାରିଗର ସଂଘ ର ସଭାପତି । ତେବେ ଘଟଣାକୁ ନେଇ ସ୍ୱାବଲମ୍ବୀ କର୍ମଚାରୀ କର୍ଣ୍ଣ ବୋଦା ଙ୍କୁ ଜିଲ୍ଲା ପୋଲିସ କଣ ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା । ଯଦିଓ ନ୍ୟାୟ ପ୍ରଦାନ ନ ମିଳେ ତେବେ ଆଗାମୀ ଦିନରେ ବୈପାରିଗୁଡା ବ୍ଲକ ର ୨୦ଗୋଟି ପଞ୍ଚାୟତର ସମସ୍ତ ସ୍ଥାନକୁ ପାଇପ ଲାଇନ ଯୋଗାଣ ବନ୍ଦ କରାଯିବ ବୋଲି ସ୍ୱାବଲମ୍ବୀ କର୍ମଚାରୀ ସଙ୍ଘ ଚେତାବନୀ ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0