ରାଜକନିକା: ରାଜକନିକା ବର୍ତ୍ତନୀ ଗ୍ରାମରେ ଥିବା ଏମ ବି ଜେ ଛତୁ ଫାର୍ମିଙ୍ଗ ସେଣ୍ଟର ନିକଟରେ ଛତୁ ପ୍ରସ୍ତୁତ କରିବାକୁ ରଖାଯାଇଥିବା ପନ୍ଦର ଲକ୍ଷ ବିଶିଷ୍ଟ ପାଳ ଗଦାରେ ଲାଗିଛି ନିଆଁ। ନିଆଁ ଲିଭାଇବାକୁ ରାଜକନିକା ଓ ଆଳି ଦୁଇଟି ଦମକଳ କେନ୍ଦ୍ରର ଚାରୋଟି ଗାଡି ସହିତ ତିରିସରୁ ଉର୍ଦ୍ଧ ଫାୟାର ଫାଇଟର ନିୟୋଜିତ ହୋଇଛନ୍ତି।
ପାଳ ଗଦାରେ ଥିବା ପାଳର ମୂଲ୍ୟ ଆନୁମାନିକ ୩୦ ରୁ ୩୫ଲକ୍ଷ ଟଙ୍କାର ହେବବୋଲି ଜଣାପଡିଛି। ତେବେ ଆଜି ଦିନ ତିନିଟା ବେଳୁ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁର ମାତ୍ରା ଏତେ ଅଧିକ ରହିଛି ଯାହାକୁ ଲିଭାଇବା ଗୋଟାଏ ଦିନରେ ସମ୍ଭବ ନୁହେଁ ବୋଲି ଅନୁମାନ କରାଯାଉଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଆଁ ଲଗେଇ ଦେଇଥିବା ଅଭିଯୋଗ କରିଛନ୍ତି ଛତୁ ଫାର୍ମର ମେନେଜର ଓ ମାଲିକ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0