ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି । ରାଷ୍ଟ୍ରପତି ଭବନରୁ ଜାରି ହେଲା ବିଜ୍ଞପ୍ତି । ନୂଆ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା। ସୁପ୍ରିମକୋର୍ଟ କଲିଜିୟମ ଦ୍ୱାରା ୯ ଜଣଙ୍କ ନାଁକୁ ସୁପାରିଶ କରାଯାଇଥିଲା। ସମସ୍ତ ୯ ବିଚାରପତିଙ୍କ ନାଁ ଉପରେ ମୋହର ଲଗାଇଥିଲେ କେନ୍ଦ୍ର ସରକାର। ଅଗଷ୍ଟ ୩୧ ତାରିଖରେ ନୂଆ ବିଚାରପତିମାନେ ଶପଥ ନେବା ସମ୍ଭାବନା ରହିଛି । ଯେଉଁ ବିଚାରପତି ନିଯୁକ୍ତ ହେବେ ସେଥିରେ ଅଛନ୍ତି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗାରତ୍ନା। ସେ ୨୦୨୭ ବେଳକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇ ପାରନ୍ତି। ଯାହା ଏକ ଇତିହାସ ସୃଷ୍ଟି କରିବ। ପ୍ରଧାନ ବିଚାରପତିରେ ହେବାରେ ସେ ହେବେ ପ୍ରଥମ ମହିଳା। ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ବିଚାପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇବ। ନିଯୁକ୍ତି ପାଇବାକୁ ଥିବା ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0