ଟଲିଉଡ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଇଡି ନିକଟରେ ହାଜର ହୋଇଛନ୍ତି । ବାସ୍ତବରେ, ଚାରି ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଟଲିଉଡର ଭେଟେରାନ୍ ଆକ୍ଟର ତଥା ନିର୍ଦ୍ଦେଶକଙ୍କୁ ଉଡି ସମନ ପଠାଇଥିଲା ।
ଏହି କ୍ରମରେ ଶୁକ୍ରବାର ଦିନ ଫିଲ୍ମ ଅଭିନେତ୍ରୀ ରକୁଲ ପ୍ରୀତ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଏଜେନ୍ସିର ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ଏହି ଅଭିନେତ୍ରୀ ହାଇଦ୍ରାବାଦର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
୨୦୧୭ ମସିହାରେ ତେଲେଙ୍ଗାନା ଏକ୍ସାଇଜ୍ ଏବଂ ନିଷେଧ ବିଭାଗ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିବା ପରେ ୧୨ ଟି ମାମଲା ରୁଜୁ କରିଥିଲା। ୧୧ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ପରେ ଏକ୍ସାଇଜ୍ ବିଭାଗ ମାମଲାରେ ମନି ଲଣ୍ଡରିଂ କୋଣରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0