ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଢ଼ିଲା ଅଡୁଆ। ନିର୍ବାଚନୀ ହିଂସାକୁ ନେଇ ଆକ୍ସନ ମୋଡରେ ସିବିଆଇ। ସୋମବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପହଞ୍ଚି ସିବିଆଇ ହିଂସା ମାମଲାର ଜୋରଦାର ଯାଞ୍ଚ କରିଛି। ଏଥିସହ ସିବିଆଇର ଏକ ଟିମ୍ କୋଲକାତା ସ୍ଥିତି ହାୱାଡା ପହଞ୍ଚି ପୀଡିତଙ୍କୁ ଭେଟିଛନ୍ତି। ଏହି ମାମଲାରେ ସିବିଆଇ ଟିମ୍ ୬ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି। କେବଳ ସେତିକି ନୁହେଁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ରାଷ୍ଟ୍ରୀୟ ମାନବାଧିକାର ଆୟାଗକୁ ଚିଠି ଲେଖି ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାର ରେକର୍ଡ ମାଗିଛି।
ସୂଚନା ମୁତାବକ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ଯାଏଁ ସିବିଆଇ ତିନି ଡଜନ୍ରୁ ବି ଅଧିକ ଏଫ୍ଆଇଆର୍ ରୁଜୁ କରିସାରିଲାଣି। ଏଥିସହ ତିନୋଟି ପୃଥକ ପୃଥକ ମାମଲାରେ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଛି। ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ଏପରି କିଛି ମାମଲା ରହିଛି, ଯାହାର ରେକର୍ଡ ଏଯାଏଁ ବଙ୍ଗଳା ପୁଲିସ ଠାରୁ ମିଳୁନାହିଁ।
ମିଳିଥିବା ସୂଚନା ମୁତାବକ, ସିବିଆଇ ରାଜ୍ୟର ତଦନ୍ତ ଅଧିକାରୀଙ୍କ ଠାରୁ ନିର୍ବାଚନ ପରେ ହୋଇଥିବା ହିଂସା ମାମଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିବାକୁ ଚାହୁଁଛି। କାହାକୁ ଗିରଫ କରାଯାଇଛି, କାହାକୁ ଗିରଫ କରାଯାଇନାହିଁ, ତାଙ୍କୁ କ’ଣ ପାଇଁ ଗିରଫ କରାଯାଇଛି, ରାଜ୍ୟ ପୁଲସ ଠାରୁ ରାଜ୍ୟର ତଦନ୍ତ ଅଧିକରୀ କ’ଣ ସବୁ ପ୍ରମାଣ ପାଇଛି, ଏସବୁ ବିଷୟରେ ଜାଣିବାକୁ ଚାହୁଁଛି ସିବିଆଇ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0