କାବୁଲ: ତାଲିବାନ ପଞ୍ଜଶୀର ଉପତ୍ୟକାକୁ ସଂପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ନେଇଯିବା ପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି। ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବାର ଅନ୍ତିମ ପର୍ଯ୍ୟାୟରେ ଅଛି। ଏହି କ୍ରମରେ ତାଲିବାନ ଆଫଗାନିସ୍ତାନରେ ଏକ ନୂତନ ପତାକା ଓ ନୂତନ ଜାତୀୟ ସଙ୍ଗୀତ ପାଇଁ ଚିନ୍ତା କରୁଛି।
ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋମବାର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ପଞ୍ଜଶୀର ଉପତ୍ୟକା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିବା ପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରବର୍ତ୍ତୀ ସରକାର ଆଫଗାନିସ୍ତାନର ପତାକା ଏବଂ ଜାତୀୟ ସଙ୍ଗୀତ ବଦଳାଇବା ଉପରେ ଚିନ୍ତା କରୁଛି ବୋଲି ଜାବିହୁଲ୍ଲା ଘୋଷଣା କରିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0