spot_img

ବୟସ ବଢିବା ସାଙ୍ଗକୁ ଜାଣନ୍ତୁ ହେଲଥ ଡାଏଟ

ସୁସ୍ଥ ଶରୀର ଆବଶ୍ୟକ କରିଥାଏ ସତେଜ ଓ ସୁଷମ ଖାଦ୍ୟ | ସଠିକ ଭାବରେ ଖାଦ୍ୟ ଖାଇଲେ ଶାରୀରିକ ଓ ମାନସିକ କ୍ଷେତ୍ରରେ ବିକାଶ ହୋଇଥାଏ | ବୟସ ବଢିବା ସାଙ୍ଗକୁ ଆମ ଖାଦ୍ୟ ପାନୀୟରେ ବ୍ୟାପକ ପରିବର୍ତ୍ତନ ଦେଖା ଯାଇଥାଏ | ଆପଣ ସବୁଦିନ କିପରି ଖାଦ୍ୟ ଖାଉଛନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ | ଆସନ୍ତୁ ଜାଣିବା କେଉଁ ବୟସରେ କେଉଁ ଖାଦ୍ୟ ଖାଇବା ଆମ ଦେହ ପାଇଁ ହିତକାରକ | ପିଲା ମାନଙ୍କ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା କଥା | ଯେହେତୁ ଏହି ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସେମାନେ ନିଜକୁ ବଳିଷ୍ଠ କରିଥାନ୍ତି | ଛୋଟ ପିଲାଙ୍କ ବିକାଶ ପାଇଁ ପ୍ରୋଟିନ ଓ ଫ୍ୟାଟି ଏସିଡର ଆବଶ୍ୟକତା ରହିଥାଏ | ଯାହା ପିଲାଙ୍କୁ ମଜବୁତ କରେଇଥାଏ | ଛୋଟ ପିଲା ମାନଙ୍କୁ ସତେଜ ଓ ସୁଷମ ପରିବା ଯେପରି ଫୁଲ କୋବି , ଗାଜର , ବିଟ ଖାଦ୍ୟ ଦିଆଯିବା ଉଚିତ | ବିଶେଷଜ୍ଞଙ୍କ ଅନୁସାରେ ବୟସ ବଢିବା ସାଙ୍ଗକୁ ଉଭୟ ପୁରୁଷ ଓ ମହିଳାଙ୍କୁ ଖାଦ୍ୟ ଉପରେ ବିଶେଷ ନଜର ପକାଇବା ଉଚିତ | ମହିଳାଙ୍କ ପାଇଁ ଅଧିକ ଆଇରନ ଯୁକ୍ତ ଖାଦ୍ୟ ନିହାତି ଦରକାର | ବୃଦ୍ଧ ଅବସ୍ଥାରେ ଖାଦ୍ୟ ପ୍ରତି ଅନାଗ୍ରହ ପ୍ରକାଶ ପାଇଥାଏ | ଏହି ବୟସରେ ସନ୍ତୁଳିତ ଓ ତେଲ ଓ ମସଲା ମୁକ୍ତ ଖାଦ୍ୟ ଖାଇବା ଉଚିତ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular