spot_img

ଆନ୍ଦୋଳନକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲା ତାଲିବାନ

ତାଲିବାନର ବର୍ବରତା ସମୟ ସହିତ ବଢିବାକୁ ଲାଗିଛି | ପଞ୍ଜଶିର ଦଖଲ ପରେ ବଢୁଛି ତାଲିବାନର ଜୁଲମ । ବିଭିନ୍ନ ସ୍ଥାନରେ ଗଣହତ୍ୟା କରୁଛି ବର୍ବର ତାଲିବାନ ଫୋର୍ସ । ଏହାକୁ ରୋକିବାକୁ ବିଶ୍ୱ ସମୁଦାୟ ଓ ମିଳିତ ଜାତିସଂଘକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫ୍ରଣ୍ଟ । କାବୁଲ କବଜାର ୨୧ ଦିନ ପରେ ସୋମବାର ପଞ୍ଜଶିରରେ ପଶି ବିରୋଧୀଙ୍କ ଅଭେଦ୍ୟ ଦୁର୍ଗରେ ପତାକା ଉଡ଼ାଇଥିଲା ତାଲିବାନ । ଗତକାଲି କାବୁଲରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ବେଳେ ବିକ୍ଷୋଭକାରୀଙ୍କୁ ତାଲିବାନ ଫୋର୍ସର ଧମକର ଚିତ୍ର ସାରା ବିଶ୍ୱକୁ ବିଚଳିତ କରିଛି। ଆନ୍ଦୋଳନକାରୀ ଆଗକୁ ଆସିଲେ ଗୁଳି ମାରିବାକୁ ଆଦେଶ ଦେଉଛନ୍ତି ତାଲିବାନ ଫୋର୍ସ । ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ISI ମୁଖ୍ୟ କାବୁଲରେ ଡେରା ପକାଇଛନ୍ତି । ଶହଶହ ଆଫଗାନ ନାଗରିକ ପାକିସ୍ତାନ ବିରୋଧୀ ନାରା ଦେଇଛନ୍ତି । ରାସ୍ତାକୁ ଓହ୍ଲାଉଛନ୍ତି ଶହଶହ ନାଗରିକ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular