ବାଲେଶ୍ଵର ଜିଲ୍ଲା ବସ୍ତା ମଧ୍ୟଦେଇ ପ୍ରବାହିତ ହେଉଛି ଜଳକା ନଦୀ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ନଦୀର ମଥାନି ଠାରେ ବିପଦ ସଂକେତ ୫,୫୦ ମିଟର ଥିବାବେଳେ ୨ ସୁଦ୍ଧାଟାରେ୫. ୭୦ମିଟରରେ ଜଳସ୍ତର ପ୍ରବାହିତ ହେଉଛି , ଯାହାଫଳରେ ବନ୍ୟା ଆସଙ୍କା କରାଯାଇଛି । ଗତ ଦୁଇ ଦିନ ଠାରୁ ବର୍ଷା ଲାଗି ରହିଥିବାରୁ ଆହୁରି ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ଅନୁମାନ କରୁଥିବାରୁ ବନ୍ୟା ହେବାର ଅନୁମାନ କରାଯାଇଛି , ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତାହାହେଲେ ବସ୍ତା ବ୍ଳକର ମଥାନି ବାହାର୍ଦା , ଦୁଧହଂସା , ସଦାନନ୍ଦପୁର , ବରୁଣଗଡିଆ , ଚକୁରାଇ , ଦରିଡା , ଗଡ଼ିପଦା , ରାଉତପଡା ସମେତ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଅନୁମାନ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0