କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗାଡିର ହର୍ଣ୍ଣକୁ ନେଇ ଏକ ବଡ଼ ଧରଣର ଘୋଷଣା କରିଛନ୍ତି | ୯୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ- ମୁମ୍ବାଇ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍ – ୱେ ର ଯାଂଚ କରି ଗଡକରି କହିଛନ୍ତି ଯେ, ନୂଆ ହର୍ଣ୍ଣର ପ୍ରକାର ଭେଦ ଓ ଢାଂଚା ଉପରେ କାମ ଆରମ୍ଭ ହୋଇସାରିଛି । ରାଜପଥରେ ଯାନବାହାନ ଗୁଡିକ ଯେତିକି କିଲୋମିଟର ଚାଲିବ ସେହି ଅନୁଯାୟୀ ଟୋଲ ଦେବାକୁ ପଡିବ ବୋଲି ଗଡକରୀ କହିଛନ୍ତି । ଆମ୍ବୁଲାନ୍ସରେ ସାଇରନ୍ ବଦଳରେ ଶୁଭିବ ଶଂଖ, ହାରମୋନିୟମ୍ ଓ ତାବଲା ଧ୍ୱନି । ନୂଆ ହର୍ଣ୍ଣର ପ୍ରକାର ଭେଦ ଉପରେ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି | ଅସନ୍ତା ଦୁଇ ବର୍ଷ ମଧ୍ୟରେ ଜିପିଏସ୍ ସିଷ୍ଟମ ମାଧ୍ୟମରେ ଟୋଲ ଦେବାର ବ୍ୟବସ୍ଥା ଆରମ୍ଭ ହେବ । ଏଥିରେ ଏକ ସଫ୍ଟୱେର ପ୍ରସ୍ତୁତି ହୋଇ ସାଟେଲାଇଟ ଓ ଜିପିଏସ ସହିତ ସଂଯୁକ୍ତ ହେବ । ୯୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ- ମୁମ୍ବାଇ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍ – ୱେ ର ଯାଂଚ କରି ଗଡକରି କହିଛନ୍ତି ଯେ, ନୂଆ ହର୍ଣ୍ଣର ପ୍ରକାର ଭେଦ ଓ ଢାଂଚା ଉପରେ କାମ ଆରମ୍ଭ ହୋଇସାରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0