spot_img

ଲଘୁଚାପ ବର୍ଷାରେ ଧୋଇଗଲା ଫସଲ

ଚାଷୀ ମୁଣ୍ଡରେ ଚଡକ, ହାହତାସରେ ଧାନ ଚାଷୀ,ଜଳମଗ୍ନ ଚାଷ ଜମି । ଚାଷୀ କୂଳ ମହାଜନ ଏବଂ ବ୍ୟାଙ୍କରୁ ଋଣ ଆଣି ଚାଷ କାମ କରି ବର୍ଷକର ଆହାର ପାଇଁ ଅର୍ଥ ଏବଂ ଶ୍ରମ ଦେଲା ପରେ ଲଘୁଚାପ ଜନିତ ବର୍ଷାରେ ପାଚିଲା ଧାନ ଓ ସାରଦ ଧାନକୁ ସବୁ ନଷ୍ଟ ଭ୍ରଷ୍ଟ କରି ଦେଇଛି । ଏହି ଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତର କୁନ୍ଦଳ, ଗରଗାଲି, ସାନବ୍ରାହ୍ମଣୀ, ସଇକା, ହରିପୁର ଓ କୂଳହରିପୁର ଗ୍ରାମରେ । ଯେଉଁଠିକି ଶହେରୁ ପଞ୍ଚାନବେ ଭାଗ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରନ୍ତି । ସରକାରଙ୍କ ତରଫରୁ କୁନ୍ଦଳ ପଞ୍ଚାୟତରେ ହୋଇଥିବା ବନ୍ୟା ଜନିତ କ୍ଷୟକ୍ଷତିକୁ ଆକଳନ କରି ରିଲିଫ ଯୋଗାଣ ସହ ବନ୍ୟା ପ୍ରପୀଡିତ ଅଞ୍ଚଳ ଘୋଷଣା କରି ସମସ୍ତ ୠଣ ଛାଡ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ । ଯଦି ସରକାର ଏହା ପ୍ରତି କୌଣସି ଦୃଷ୍ଟି ନଦିଅନ୍ତି ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆତ୍ମାହୂତି ଦେବେ ବୋଲି ମଧ୍ୟ ମତ ବ୍ୟକ୍ତକରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular