ବର୍ଷାର ବିଭୀଷିକା ପରେ ଏବେ ନଦୀରେ ଆସିଛି ବନ୍ୟା । କେନ୍ଦ୍ରାପଡା ଜିଲ୍ଲା ର ପଶ୍ଚିମ କନିକା ଦେଇ ପ୍ରଭାବିତ ହେଉଥିବା ବୈତରଣୀ ନଦୀର ସଖାନଦୀ ପେଟା ନଦୀରେ ବନ୍ୟା ଜଳ । ତା ପ୍ରଭାବରେ ବାରାଦମୋଣ୍ଡା ପଂଚୟତର କନପୁର ଗାଁ ରେ ବନ୍ୟା ଜଳ ପସି ଯାଇଛି । ରାଜକନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ ସହ ରାଜକନିକା ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଜଳସେଚନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବନ୍ୟାଜଳକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବନ୍ୟା ପାଣି ପ୍ରଭାବରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରାଜକନିକା ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ଅଛି ବୋଲି ଶିଯୁକ୍ତ ବେହେରା କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0