spot_img

କଂଗ୍ରେସରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ? ସୋନିଆ ଗାନ୍ଧୀଙ୍କୁ କହିଲେ, ଆଉ ବରଦାସ୍ତ କରିହେବନି ଅପମାନ

ନୂଆଦିଲ୍ଲୀ ୧୮/୦୯: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉଭୟ ତାଙ୍କ ପଦରୁ ଏବଂ କଂଗ୍ରେସ ଦଳରୁ ଇସ୍ତଫା ଦେଇପାରନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକଙ୍କ ବୈଠକ ପୂର୍ବରୁ ଅମରିନ୍ଦର ସିଂ ସୋନିଆ ଗାନ୍ଧିଙ୍କୁ ଭେଟି କହିଛନ୍ତି ଯେ ସେ ଏପରି ଅପମାନ ସହ ପାର୍ଟିରେ ରହିପାରିବେ ନାହିଁ । ଚଣ୍ଡିଗଡ଼ରେ ବିଧାୟକଙ୍କ ଏକ ବୈଠକ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପଞ୍ଜାବ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି ।

ରିପୋର୍ଟ ଅନୁଯାୟୀ, ଅମରିନ୍ଦର ସିଂ ଦଳର ସଭାପତି ସୋନିଆ ଗାନ୍ଧିଙ୍କୁ କହିଛନ୍ତି ଯେ ବହୁତ ହୋଇଗଲା ଅପମାନ । ବାରମ୍ୱାର ଏଭଳି ଅପମାନ ସହ ପାର୍ଟିରେ ମୁଁ ରହିପାରିବି ନାହିଁ । ଗତ କିଛି ମାସ ହେବ ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ବୋଲି ବିଧାୟକଙ୍କ ଏକ ବିଭାଗ ଅମରିନ୍ଦର ସିଂଙ୍କ ବିରୋଧରେ ବିଦ୍ରୋହ କରି ନୂତନ ନେତା ଦାବି କରିଥିଲେ । ପଞ୍ଜାବର ସମ୍ଭାବ୍ୟ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ସୁନୀଲ ଜାଖର, ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ପ୍ରତାପ ସିଂ ବାଜୱା ଏବଂ ବିଣ୍ଟ ସିଂଙ୍କ ନାତି ତଥା ସାଂସଦ ରାବଣୀତ ସିଂ ବିଟୁଙ୍କ ନାମ ରହିଛି ।

କଂଗ୍ରେସ ପଞ୍ଜାବରେ ଚାଲିଥିବା ବିବାଦ ମଧ୍ୟରେ ଶନିବାର ଦିନ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ରାଜ୍ୟ କଂଗ୍ରେସ ବିଧାନସଭା ପାର୍ଟିର ବୈଠକ ଡାକିଛି । ଶୁକ୍ରବାର ରାତିରେ ଏଆଇସିସି ସାଧାରଣ ସମ୍ପାଦକ ତଥା ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ହରିଶ ରାୱତ ଏହି ସୂଚନା ଦେଇଛନ୍ତି । ରାୱତ ଟ୍ୱିଟ୍ କରି କହିଛନ୍ତି, ପଞ୍ଜାବ କଂଗ୍ରେସ ବିଧାନସଭା ପାର୍ଟିର ବୈଠକ ତୁରନ୍ତ ଡାକିବା ପାଇଁ ଅନେକ କଂଗ୍ରେସ ବିଧାୟକ ଏଆଇସିସିକୁ ଅନୁରୋଧ କରିଥିଲେ ।

ଏହି କ୍ରମରେ ସେପ୍ଟେମ୍ବର ୧୮ ରେ ଅପରାହ୍ନ ୫ଟାରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଛି । ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ ଏହି ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି । ଏହି ଟୁଇଟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular