spot_img

ଅପରାଧର ଟପ୍‌ରେ ଉତ୍ତର ପ୍ରଦେଶ : ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶରେ ଆଗକୁ ରହିଛି ବିଧାନସଭା ନିର୍ବାଚନ | କିନ୍ତୁ ପୂର୍ବରୁ ଚାଲିଛି ରାଜ୍ୟ ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ ଯୁଧ୍ୟ | ଧାନସଭା ନିର୍ବାଚନ ପୂର୍ବରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ବିରୋଧୀ ଦଳ ପରସ୍ପର ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ମହାସଚିବ ଓ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତାର ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଟ୍ୱିଟରେ ସେ ଅପରାଧ ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କୁ ପ୍ରହାର କରିଛନ୍ତି। ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି, ‘ଏନସିଆରବି ତଥ୍ୟ ଅନୁଯାୟୀ, ମହିଳା ଓ ଦଳିତଙ୍କ ପ୍ରତି ଅପରାଧ, ହତ୍ୟା, ଅପହରଣ ମାମଲା ଓ ହିଂସା ଅପରାଧ ମାମଲାରେ ରାଜ୍ୟ ଟପରେ ଅଛି। ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ରେ ମହିଳାଙ୍କ ପ୍ରତି ଅପରାଧ ମାମଲା ମଧ୍ୟରୁ ୨୮୦୪୬ ଦୁଷ୍କର୍ମ ମାମଲା। ପୀଡିତାଙ୍କ ମଧ୍ୟରେ ୨୫୪୯୮ ବୟସ୍କ ଓ ୨୬୫୫ ନାବାଳିକା ଅଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular