ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଶିଳ୍ପା ଅତ୍ୟନ୍ତ କଷ୍ଟ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ନାଁରେ ଅନେକ ଅଭିଯୋଗ ହେଉଛି ତାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ଏସବୁ ଭିତରେ ଶିଳ୍ପା ନିଜ କାମକୁ ଫେରିଛନ୍ତି। ସ୍ୱାଭାବିକ ଜୀବନ ବିତାଇବା ପାଇଁ ଆଗକୁ ବଢ଼ିଛନ୍ତି। ଏହାରି ଭିତରେ ଶିଳ୍ପା ଆରମ୍ଭ କରିଛନ୍ତି ‘ନ୍ୟୁ ଏଣ୍ଡିଂ ତଥା ନୂଆ ଅନ୍ତ’। ପ୍ରକୃତରେ ଶିଳ୍ପା କିଛି ସମୟ ଧରି ସୋଶାଲ ମିଡିଆରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଇନ୍ଷ୍ଟାଗ୍ରାମରେ ଆକ୍ଟିଭ ହୋଇଯାଇଛନ୍ତି। ସେ ନିଜକୁ ପ୍ରେରଣାଦାୟକ ବାର୍ତ୍ତା ସହ ମୋଟିଭେଟ୍ କରୁଛନ୍ତି। ପୋଷ୍ଟଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି, ‘କିଛି ଭୁଲ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ମୋ ଅତିତରୁ ଆଗକୁ ବଢ଼ିବାକୁ ଚାହୁଁଛି। ନିଜ ଭୁଲ୍କୁ ଦୋହରାଇବା ପାଇଁ ଚାହୁଁନି। ତାକୁ ସ୍ୱୀକାର କରି ମୁଁ ଆଗକୁ ବଢ଼ିବାକୁ ଚାହୁଁଛି। ମୁଁ ଚାହିଁଲେ ବି ମୋ ଭୁଲ୍ ସୁଧାରି ପାରିବିନି।’ ଶିଳ୍ପା ଆହୁରି ଲେଖିଛନ୍ତି, ‘ଯଦିଓ କେହି ପଛକୁ ଯାଇ ଏକ ନୂତନ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ବର୍ତ୍ତମାନ ଠାରୁ ନୂଆ ଆରମ୍ଭ ହୋଇପାରିବ ଏବଂ ଏକ ନୂତନ ଅନ୍ତ କରିପାରିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0