spot_img

୨୭ରେ ହୋଇପାରେ ଭାରତ ବନ୍ଦ

ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆ ଯାଇଛି ଭାରତ ବନ୍ଦ ଡାକରା | ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ରାଧାକାନ୍ତ ସେଠୀ ସୂଚନା ଦେଇଛନ୍ତି । ଏହାସହ ୨୪ ତାରିଖରେ ସ୍କିନ୍‌ ୱାର୍କର୍ସମାନଙ୍କ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରାଯାଇଛି । ବୈଠକରେ ମୋଦି ସରକାରଙ୍କ ୩ କଳା କୃଷି ଆଇନକୁ ବାତିଲ କରିବା, ଶ୍ରମ କୋର୍ଡକୁ ରଦ୍ଧ କରିବା, ବିଦ୍ୟୁତ ବିଲ୍‌-୨୦୨୦କୁ ପ୍ରତ୍ୟାହାର କରିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମହିଳା ସଭାନେତ୍ରୀ ପ୍ରଣତୀ ମିଶ୍ର, ଯୁବ ଶାଖାର ସଭାପତି ସତ୍ୟବ୍ରତ ନାୟକ, ଏଆଇଟିୟୁସିର ବିଜୟ ଜେନା, ଏଚଏମ୍‌ଏସର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ରମେଶ ଜେନା, ଏଆଇଟିୟୁସିର ନିରଞ୍ଜନ ମହାନ୍ତି, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେୱାର ପରିଲତା ମହାପାତ୍ର ଯୋଗଦେଇ ଭାରତ ବନ୍ଦକୁ ସଫଳ କରିବା ଲାଗି ରାଜଧାନୀରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ପଥପ୍ରାନ୍ତ ସଭା ଓ ପ୍ରାଚିର ପତ୍ର ବଣ୍ଟନ ଲାଗି କହିଥିଲେ । ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ସେହିପରି ସମସ୍ତ କେନ୍ଦ୍ରୀୟ ସଙ୍ଗଠନ ସମର୍ଥନ କରିବେ ବୋଲି ରବିବାର ଏକ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular