କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂ ଚନ୍ନୀ ଶପଥ ନେଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି। ଉଭୟ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୨୦୦୭ରେ ପ୍ରଥମ ଥର ପାଇଁ ଚମକାଉର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଚରଣଜିତ୍ ସିଂ ଚନ୍ନୀ | ଶପଥ ଗ୍ରହଣ ପରେ ମଞ୍ଚରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ନବଜ୍ୟୋତ ସିଂ ସିଦ୍ଧୁ ନଜର ଆସିଥିଲେ। ହେଲେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। କିନ୍ତୁ ରାହୁଲ ଗାନ୍ଧିଙ୍କ ସହ ଫ୍ରେମ୍ ସେୟାର କରିଥିଲେ ସିଦ୍ଧୁ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0