ହାଇଦ୍ରାବାଦ: ‘ହିନ୍ଦୁସ୍ତାନ ସିପ୍ୟାଡ୍ ଲିମିଟେଡ’ରେ କ୍ରେନ ଭାଙ୍ଗି ୧୦ ଜଣ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ‘ହିନ୍ଦୁସ୍ତାନ ସିପୟାଡ୍ ଲିମିଟେଡ’ରେ କାମ ଚାଲିଥିଲା । ଜାହାଜ ନିର୍ମାଣ ଲାଗି ସାମଗ୍ରୀ ଉଠାଇବାରେ ବ୍ୟବହୃତ କ୍ରେନ୍ଟିକୁ ଶ୍ରମିକମାନେ ଯାଞ୍ଚ କରୁଥିଲେ । ହଠାତ୍ ବଡ କ୍ରେନ୍ ଟି ଭାଙ୍ଗି ଯିବାରୁ ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି । ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । କ୍ରେନ୍ ତଳେ ୧୦ ଜଣ ଶ୍ରମିକ ଛେଚି ହୋଇଯାଇଥିବା ବେଳେ ତିନି ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସିପୟାଡ୍ କର୍ମଚାରୀଙ୍କ ସହାୟତାରେ ପୋଲିସ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଚଏସଏଲ ପ୍ରାୟ ୧୦ ବର୍ଷ ତଳେ କ୍ରେନଟି କିଣିଥିବା ବେଳେ ଏବେ ଏକ ଘରୋଇ କମ୍ପାନୀକୁ ଆଉଟସୋର୍ସିଙ୍ଗ୍ ପାଇଁ ଦିଆଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0