ହମିରପୁର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସହ ଗୁଳି ବିନିମୟରେ ଜଣେ ଜବାନ ଶହିଦ ହୋଇଛନ୍ତି । ଫଳରେ ଶହୀଦ୍ ଜବାନ ହମିରପୁର ଜିଲ୍ଲାର ୨୪ ବର୍ଷୀୟ ରୋହୀନ କୁମାର । ଶହୀଦ ଜବାନ ଭାରତୀୟ ସେନାର ୧୪ ପଞ୍ଜାବ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ । ପାକିସ୍ତାନ ସେନା ତରଫରୁ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲଂଘନ ହେଉଛି । ଶୁକ୍ରବାର ରାତିରେ ଜାମ୍ମୁ-କାଶ୍ମୀର ରଜୋରିରେ ପାକିସ୍ତାନ ତରଫରୁ ଫାଇରିଙ୍ଗ ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ରୋହୀନ କୁମାର ଶହୀଦ ହୋଇଥିବା ସୂଚନା ମିଳିଛି । ମାତ୍ର ୪ ବର୍ଷ ତଳେ ସେନାରେ କାମ କରିବା ଆରମ୍ଭ କରିଥିବା ରୋହୀନଙ୍କ ବିବାହ ଆସନ୍ତା ନଭେମ୍ବରରେ ହେବା ପାଇଁ ସ୍ଥାର କରାଯାଇଥିଲା ।
ଅନ୍ୟ ପକ୍ଷରେ ଶୁକ୍ରବାର ଭୋର ୩ଟା ସମୟରେ ଜାମ୍ମୁ-କାଶ୍ମୀର କୂପବାଡା ଜିଲ୍ଲାର ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଭାରତୀୟ ସେନା ସେମାନଙ୍କୁ ଅଟକାଇବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ଦୁଇଟି ଏକେ ରାଇଫଲ, ଗୋଟିଏ ସ୍ନାଇପାର ରାଇଫଲ, ୮ଟି ଗୋଳାବାରୁଦ ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0