ଅଯୋଧ୍ୟା: ଆସନ୍ତା ଅଗଷ୍ଟ ୫ ତାରିଖରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂୂଜା ହେବାକୁ ଯାଉଛି । ସେଥିପାଇଁ ପ୍ରସ୍ତୁତ ହେଉଛି ଅଯୋଧ୍ୟା । ଭୂମିପୂଜାରେ ଯୋଗଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କଟକଣା ପାଇଁ ସମସ୍ତ ପ୍ରସ୍ତୁତିିକୁ ବିଶେଷ ଧ୍ୟାନ ଦିଆଯାଇଛି । କରୋନା ନେଗେଟିଭ ଚିହ୍ନଟ ହୋଇଥିବା ୪୫ ବର୍ଷରୁ କମ୍ ବୟସର ପୋଲିସ୍ କର୍ମଚାରୀମାନେ ହିଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣା ପଡିଛି । ଭୂମି ପୂଜନର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାର ୩୫୦୦ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଏଡିଜି ଆଇନ ଶୃଙ୍ଖଳା ପ୍ରଶାନ୍ତ କୁମାର ଏବଂ ଏଡିଜି ଲକ୍ଷୈ÷ା ଜୋନ୍ ସତ୍ୟ ନାରାୟଣ ସାବତ ୟୁପି ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବେ । ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଅଯୋଧ୍ୟାର ଏସଏସପି ଦୀପକ କୁମାର ଏବଂ ୮ଜଣ ପୋଲିସ୍ ଅଧିକ୍ଷକ ସମେତ ଦୁଇଜଣ ଡିଆଇଜି ଅଧିକାରୀ ଅଯୋଧ୍ୟାରେ ରହିବେ । ସୂଚନା ଅନୁଯାୟୀ ଏ ସମସ୍ତ ପୋଲିସ୍ ଅଧିକାରୀଙ୍କର ଏବେ କରୋନା ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0