spot_img

ମୁସଲ୍‌ମାନ ବୃଦ୍ଧ ଗାଇଲେ ମହାଭାରତର ଟାଇଟଲ୍ ଟ୍ରାକ୍

ଭାରତ ଏକ ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର | ସମସ୍ତଙ୍କ ମଧ୍ୟରେ ଥାଏ ଭାଇଚାରା | ଜଣେ ମୁସଲମାନ ବୃଦ୍ଧ ପ୍ରାଚୀନ ମହାଭାରତର ଟାଇଟଲ୍ ଟ୍ରାକ୍ ଅତି ସୁନ୍ଦର ଶୈଳୀରେ ଗାଉଛନ୍ତି । ବୃଦ୍ଧଙ୍କ ଗୀତ ଗାଇବା ଶୈଳୀ ଦେଖି ଲୋକମାନେ ତାଙ୍କର ‘ପ୍ରଶଂସକ’ ହୋଇ ଯାଉଛନ୍ତି । ବର୍ତ୍ତମାନ ଏହି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ହୃଦୟ ଜିତୁଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମୁସଲମାନ ବୃଦ୍ଧ କିଛି ଲୋକଙ୍କ ସହ ଛିଡା ହୋଇଛନ୍ତି । ତା’ପରେ ହଠାତ୍ ବୃଦ୍ଧ ଜଣକ ମହାଭାରତର ଟାଇଟଲ୍ ଟ୍ରାକ୍ ଗାଇବା ଆରମ୍ଭ କରିଛନ୍ତି । ଏହି ସମୟରେ ପାଖରେ ଥିବା ଅନ୍ୟ ବୟକ୍ତି ମାନେ ବୃଦ୍ଧଙ୍କ ଅଭିବ୍ୟକ୍ତି ଏବଂ ମନ୍ତ୍ରର ଉଚ୍ଚାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ, ବୋଧହୁଏ କେହି ଆଶା କରିନଥିଲେ ଯେ ସେ ଏହିପରି ଟାଇଟଲ୍ ଟ୍ରାକ୍ ଗାଇ ପାରିବେ। ଲୋକମାନେ ବୃଦ୍ଧଙ୍କୁ ଅତି ଗମ୍ଭୀରତାର ସହ ଶୁଣିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular