କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଆଠଗଡ ଅବକାରୀ ଓ ନରସିଂହପୁର ଅବକାରୀ ବିଭାଗ ର ମିଳିତ ଚଢ଼ାଉ କରି ବିପୁଳ ସଂଖ୍ୟାରେ ଦେଶୀ ମଦ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି।ସୂଚନା ମୁତାବକ ଅବକାରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଅଠଗଡ ଓ ନରସିଂହପୁର ଅବକାରୀ ବିଭାଗ ର ମିଳିତ ଚଢାଉ କରି ନୂଆଗଡ ଓ ସଲପୋଷି ଗ୍ରାମରୁ ଯଶୋବନ୍ତ ଦେହୁରୀ ଏବଂ ପ୍ରତାପ ଦେହୁରୀ ଦୁଇ ଜଣ ଯୁବକଙ୍କ ସହ 15ଲିଟର ଦେଶୀ ମଦ ଓ କିଛି ବିଦେଶୀ ମଦ ଜବତ କରିଛି ଏବଂ ପ୍ରାଥମିକ ଚିକିତ୍ସା ପରେ ବିଚାର ବିଭାଗୀୟ ହାଯତ କୁ ପଠା ଯିବ ବୋଲି ଅବକାରୀ ବିଭାଗରୁ ସୂଚନା ମିଳିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0